Unknown

ପ୍ରଥମ ଭାଷା ଦ୍ଵିତୀୟ ଭାଷା ଓଗେର

ଶ୍ରୀ ଗୋବିନ୍ଦ ରଥ

 

ପ୍ରଥମ ଭାଷା

ଦକ୍ଷିଣ କାଳୀ ଚରଣ ଯୁଗରେ

 

ରହୁ ମୋ ଚିତ୍ତ ଅନୁବରତରେ

 

ପିରତିଲାଳସୀ ବାଳା ଛାମୁକୁ

 

ଲେଖୁଅଛି ମୁ ବିନୟ ଭାଷାକୁ

 

ଆରେ ସୁକୁମାରି

 

ଦେଲୁ କିପାଁ ମୋତେ ମନୁ ପାସୋରି

 

 

ତୋହ ଭାବମାନ ଭାବନା କରି

 

ନୟନୁ ବହେ ନିରନ୍ତରେ ବାରି

 

ଦଇବ ସିନା ମୋତେ କଲା ଏକା

 

ତ ଜୀବଧନ ମୋହ ଜୀବିକା

 

ତୋହ ବିନାମୁହିଁ

 

ବଞ୍ଚିବି କିଛି ବୁଦ୍ଧି ଦିଶୁନାହିଁ

 

 

ଛାଡ଼ିଲା ଦିନୁ ମୁ ତୋହର ସଙ୍ଗ

 

ମାରିପକାଉଛି ମୋତେ ଅନଙ୍ଗ

 

କହୁଛି ବାରେ ଦେଖାଅ ଶ୍ରୀମୁଖ

 

ଜୀବବନ୍ଧୁ ମୋର ପରାଣରଖ

 

କଲେ ତୁ ନିର୍ଦ୍ଦୟା

 

କାହାର ହେବି ମୁ ରସଉଦୟା

 

 

ତୋବିନା ନବୀନା ସାହା କେ ମୋର

 

ଥରେ ଦିବ୍ୟଚିତ୍ତେ ବଚାରକର

 

ମୁଁ ତୋହର ସିନା କିଣିଲା ଜନ

 

ଯେବେ ମାର ମୋର ନେବଜୀବନ

 

ତେବେ କେଉଁ ଯଶ

 

ମିଳିବ ତୋତେରେ ନାଗରି ଈଶ

 

 

ନିକଟେ ଯିବି ମୁ ତୋହ ଛାମୁକୁ

 

ଦୟା କରିବୁ ଦେଖି ମୋ ଦୁଃଖକୁ

 

ତୋହପାଶେ ନେବି ଅହର୍ନିଶିକି

 

ହରଷ ରସେ ରଷାଇ ମତିକି

 

ତୋଷ କରିଚିତ୍ତ

 

ବ୍ରଜ ସୁନ୍ଦର ଭଣିଲେ ଏ ଗୀତ

 

ଦ୍ୱିତୀୟ ଭାଷା

ଅନାଦି ଅନନ୍ତ ଅକ୍ଷୟ ଭାନୁ

 

ଅହିରୂପୀ ଅନ୍ତର୍ଯ୍ୟାମୀ ଅତନୁ

 

ଆପଣଙ୍କର କରନ୍ତୁ ମଙ୍ଗଳ

 

ଅନବରତରେ ସେ ନନ୍ଦବାଳ

 

ଆଦିମାତ ପୁଣି

 

ଅବିଦ୍ୟା ବିନାଶ କରନ୍ତୁ ବାଣୀ

 

 

 

ଅବଳାସ୍ନେହ ଅତି ଶୋଭାବନ୍ତ

 

ଅନଭିମାନୀ ଆବର ଧୀମନ୍ତ

 

ଅପରିଚିତ ଜନ ପ୍ରୀତି କର

 

ଅତି ସଙ୍ଗୀ ଆଉ ପ୍ରିୟଜନର

 

ଅଟ ଯେ ଆନନ୍ଦ

 

ଆଉ ଏଣିକି ନ ଦେଲ ସମ୍ବାଦ

 

 

ଅଇଲା ଦିନରୁ ତୁମ୍ଭଙ୍କୁ ଛାଡ଼ି

 

ଅବିରତେ ଚିତ୍ତ ହେଉଛି ଘାରି

 

ପରକ୍ଷିତଜନ ଅମୂଲଧନ

 

ପାଳ ହଳାଇଲେ ହୁଏ ଯେସନ

 

ସେହିପରି ମୁହିଁ

 

ଅହର୍ନିଶି ଭାଳୁ ଅଛଇଁ

 

 

ଅନ୍ତର କଲାଣି ମନରୁ ଏବେ

 

ଅବଶ୍ୟ ମୁଁ ଜାଣୁଅଛଇ ଭାବେ

 

ଆସନ୍ତୁ ଅନ୍ୟ ସଙ୍ଗଠାରୁ ଲେଖା

 

ଆଗ ହୋଇଥିଲା ଯେ ତୁମ୍ଭ ସଖା

 

ଅବଜ୍ଞା ତାଠାରେ

 

ଆଦାନ କରିଛ ଅବିଚାରରେ

 

 

ଅନୁକ୍ଷଣ ତୁମ୍ଭ ପାଶରେ ଜାଣ

 

ଆଳାପ ଯେପରି ହୁଏ ସୁଜାଣ

 

ସେହିପରି ଏକା ତୁମ୍ଭ ସଙ୍ଗତେ

 

ଆରମ୍ଭିଛ ବସି ହରଷ ଚିତ୍ତେ

 

ଅତି ଗୁପ୍ତବାଣୀ

 

ଆନ ନୁହଇଟି ଏଥିରୁ ପୁରି

 

 

ଅବିରତେ ଏହି ବିଷୟେ ଧ୍ୟାନ

 

ଆହା ନ ଦେଖିଲି ତାହାଙ୍କସ୍ଥାନ

 

ଆବଦ୍ଧ ଜଞ୍ଜାଳଜାଲରେ ମୁହିଁ

 

ଅଯନ୍ତରେ ହୋଇଥିବାରୁ ସ୍ନେହି

 

ଅନୁଗ୍ରହ କରି

 

ଆଦିମାତଙ୍କୁ କରିବ ଗୁହାରି

 

 

ଅନେକ କରି କହିଥିଲ ମୁହିଁ

 

ଅବଳାଟିଏ ଆମ୍ଭ ଭ୍ରାତାପାଇଁ

 

ଅବହେଳା କଲ ସେହି କାର୍ଯ୍ୟରେ

 

କକେଇଙ୍କୁ ନ କହିଲକି ଘରେ

 

ଆଜିଯାଏ କାର୍ଯ୍ୟ

 

ଜାଣିବା କିପାଁଇ ନୋହିଲା ଆର୍ଯ୍ୟ

 

 

ଅତିସ୍ନେହ ସେହି ବିଷୟେ ମୋର

 

ଅଛଇଁ ଜାଣିବ ଆହେ ସୁଧୀର

 

ଆପଣମାନଙ୍କୁ ସଦା ଦର୍ଶନ

 

କରିବାରେ ତୋଷ ହୁଅନ୍ତା ମନ

 

ପିରତି ବଢ଼ନ୍ତା

 

ବହୁଥର ତୁମ୍ଭ ଦେଖା ହୁଅନ୍ତା

 

 

ଆବର ବାସୁଦେବକୁ ମୋହର

 

ଆବେଦନ କରି ସଙ୍ଖୋଳା ଗିର

 

ଅଛନ୍ତି ପୁଣି ଯେତେ ସଙ୍ଗିମାନ

 

କଲି ଏଥିରେ ମୁହିଁ ସମ୍ପାଦନ

 

କହେ ନୀଳାମ୍ବର

 

ଦୋଷା ଦୋଷ ନ ଘେନିବ ମୋହର

 

ତୃତୀୟ ଭାଷା

ବିଶ୍ୱନାଥ ବୃଷଭ ପତି ବରାଗ

 

ବ୍ୟାଳହାର ଲମ୍ବିତ ବକ୍ଷ ସୁଯଗ

 

ଚୁକିନ ବାରାନିଧି ତରଶି ମିଶି

 

ବନାସନ୍ତୁଦୁରିତ ସେ ଶୂଳପାଣି

 

 

ବିଦ୍ୟାଭିଳାସି ବଡ଼ସ୍ନେହି ବିବେକ

 

ବିଲୋକନେ ତୁମ୍ଭର ମୁହିଁ ଉତ୍ସୁକ

 

ବେଳୁଁ ବେଳ ହେଉଛି ପରାଣ ମିତ

 

ବିପ୍ରବର ଆନନ୍ଦ ମୋହରି ଚିତ୍ତ

 

 

ବରଗିଲା ଦିନରୁ ଏଠାରୁ ଲେଖା

 

ବସିଅଛି ମୁ ଚାହିଁ ବିଶ୍ୱାସି ସଖା

 

ବାହୁଡ଼ିବେ ବାରତା ବାରିଦ କେବେ

 

ବରଷି ଆଶା ନଦୀ ପୁରାଇ ଦେବେ

 

 

ବହୁ ଦିବସ ଚାହିଁ ଚାହିଁଣ ମୁହିଁ

 

ବଡ଼ ଦୁଃଖିତ ମନ ହୋଇ ଅଛଇ

 

ବିଚାରୁ ଅଛି ବସି ନିଶି ଦିବସ

 

ବନା ଦୋଷରେ କିପାଁ କଲେନିରାଶ

 

 

ବୁଝିଲା ନାହିଁ ମନ ବାରେକ ଆଉ

 

ବଳାଇଣ ସମ୍ବାଦ ମୋହର ଯାଉ

 

ବୁଝିଲି ଏହିବାର ବିଶ୍ୱାସ ପଣ

 

ବାହାରରେ ମିଶାଣ ଅନ୍ତେ କଠିଣ

 

 

ବଳେ ଦେଇଣ ମହା ତୃଷାରେ ବାରି

 

ବକ୍ତୁ ନିକଟୁ ଦେଖ ନେଲାଟି ହରି

 

ବଡ଼ ନିର୍ଦ୍ଦୟ ଅଟେ ଏହି ବିଧାତା

 

ବିହୁଛି ଆଣି ପ୍ରିୟ ବିଚ୍ଛେଦ ଚିନ୍ତା

 

 

ବର୍ତ୍ତମାନ ଏଠାରେ ସର୍ବ କୁଶଳ

 

ବିଦ୍ୟା ପଠନେ ମନ ବଡ଼ ଚଞ୍ଚଳ

 

ବେଳେ ବେଳେ ହୁଅଇ ବନିତା ସ୍ନେହି

 

ବଳେ ଗ୍ରାସୁଛି ଗୃହ ଜଞ୍ଜାଳ ଅହି

 

 

ବହୁତ ଥର ମନ ଏହି ସକଳେ

 

ବିଚାରଇ ମୁଁ ବସି ଏକାନ୍ତ କାଳେ

 

ବସତି ତାହାଙ୍କର ନିକଟେ ଥିଲେ

 

ବୃଦ୍ଧି ହୁଅନ୍ତା ସ୍ନେହ ବେଳକୁ ବେଲେ

 

 

ବର୍ଣ୍ଣିବାକୁ ତୁମ୍ଭର ସୁଗୁଣମାନ

 

କେବେ ନୁହଇ ମୁହିଁ କ୍ଷମତାପନ୍ନ

 

ବଚନ ରଚନା ମୁଁ ଜାଣଇ ନାହିଁ

 

ବୁଝିଣ ଦୋଷାଦୋଷ ଘେନିବି ନାହିଁ

 

 

 

 

ବୋଲେ ନୀଳାମ୍ବର ଏ ପତ୍ରପ୍ରେରଣ

 

ବୃହସ୍ଫତି ବାସର ସପ୍ତମୀ ଦିନ

 

ବୃଶ୍ଚିକ ସଂକ୍ରମଣଶୁକଳ ପକ୍ଷ

 

ବସୁ ସମୁଦ୍ର ଯୁକ୍ତ ଅଙ୍କ ପ୍ରତ୍ୟକ୍ଷ

୧୦

 

ଚତୁର୍ଥ ଭାଷା

ନଗ ନନ୍ଦିନୀ ବାଞ୍ଛା ନଳିନ ଭାନୁ

 

ନିର୍ଦ୍ଧନ ନର ନିଧି ଧବଳ ତନୁ

 

ନିଷ୍ଠୁର ରକ୍ଷ ନାଶି ନାଗ ଭୁଷଣ

 

ନବ ନବ ଉନ୍ନତି କରନ୍ତୁ ତାନ

 

 

ନାଗର ନାରୀ ନେତ୍ର ଭଙ୍ଗି ଭାବୁକ

 

ନୃଯ ର୍ନିଶି ଦର୍ଶନେ ଦୀପ୍ତ ତାରକ

 

ନିସ୍ତେଜ ସଙ୍ଗି ଚିତ୍ତ ଚକୋର ଇନ୍ଦୁ

 

ନିବେଦନ କରୁଛି ହେ ଦୀନବନ୍ଧୁ

 

 

ନିବଦ୍ଧ ସ୍ନେହ ସୁଧା ସରିଭେ ମୁହିଁ

 

ନିଯି ଯେ ସ୍ନାହ କରୁଥିଲିଟି ସ୍ନେହ

 

ନାହିଁ ଗମନ ଦିନୁ ସେ କର୍ମ ମୋର

 

ନିଶ୍ଚୟ ଜାଣ ଏହା ନୁହେ ଅସ୍ଥିର

 

 

ନିଦାଘରେ ଦେଖାଅ ତୁମ୍ଭ ଦର୍ଶନ

 

ନୀର ଧର ନିଲୀନ ହେବାରୁ ପୁଣ

 

ନବ ସଂଯୋଗସୁଖ ଶାଖୀ ଛଦନ

 

ନାଶ ହେଲାଣି କ୍ରମେ ଦିନକୁ ଦିନ

 

 

ନିଜ ଶ୍ରବଣ ଶିଳୀ ମୂଖ ଯୁଗଳ

 

ନିର୍ଦ୍ୱନ୍ଦରେ ନଳିନ ମୁଖୂଁ ମଞ୍ଜୁଳ

 

ନିର୍ଗତ ହର୍ଷ ଯୁକ୍ତ ଭାଷଣ ମଧୁ

 

ନେଉଥିଲେ ପିଇଣ ଦିବସ ସିନ୍ଧୁ

 

 

ନଥିବରୁ ସଉକ୍ଷ ସେ ଦୁହିଁଙ୍କର

 

ନାହିଁ ପ୍ରଫୁଲ୍ଲ ଭାବ ଆଉ ମନର

 

ନିକଟୁ ପ୍ରତ୍ୟାଗତ ପତ୍ର ମଋତ

 

ନ ଆସିଲେ ସେ ଆଉ ନୁହେ ଉଦିତ

 

 

ନିଜୁଦ୍ଧିବାଳକୁଳ ବିଜ୍ଞାନଦାତା

 

ନିର୍ମଚ୍ଛର ନିଶ୍ଚିନ୍ତ ନିଃଶଙ୍କବକ୍ତା

 

ନିର୍ବାସନି ପାଠକ ପ୍ରିୟ ବାନ୍ଧବ

 

ନିଜବିଦ୍ୟାପ୍ରଦଙ୍କକୁ ନମ୍ର କହିବ

 

 

ନବବାଳା ବନିତା ବିଳାସୀ ସୁଖୀ

 

ନିଶ୍ଚେ ବିଶ୍ୱନାଥଙ୍କୁ କହିବ ଡ଼ାକି

 

ନିଜନିଜ ଉତ୍ସୁକ ହେଉଛି ମୁହିଁ

 

ନିମିଷେ ତାଙ୍କ ପାଶେ ବସିବା ପାଇଁ

 

 

ନିର୍ମ୍ମଳ ପ୍ରଭୁ ପିତୃ ବତ୍ସଳ ଗୁଣୀ

 

ନୂତନ ସଜ୍ଜିଦୀନ ବନ୍ଧୁଙ୍କୁ ପୁଣି

 

ନିକଟେ ବସାଇଣ ବହୁତ ମୋର

 

ନିବେଦନ କରିବା ସଂଖୋଳା ଗିର

 

 

 

 

ନିର୍ନିମେଷ ପତନ ପଟୁ ବିବେକୀ

 

ନିଶ୍ଚେତ୍ରିଲୋଚନକୁ କହିବ ଡ଼ାକି

 

ନଦୀ ବାଲୁକ ରାଶ ଅଟଇ ଯେତେ

 

ନିଜ ମନେ ପକାଉଅଛି ମୁଁ ଚିତ୍ତେ

୧୦

 

 

ନିତାନ୍ତ କର୍ମହୀନ ଅତି ନିର୍ଦ୍ଧନ

 

ନରାଧମ ନିର୍ଗୁଣ ଜଞ୍ଜାଳବାନ

 

ନୀଳାଦ୍ରି ମହାପାତ୍ର ବୋଲେ ମୋ ରାଣ

 

ନ ଘେନିବଟି ଦୋଷ ହେ ସଙ୍ଗିଗଣ

୧୧

 

 

ପଞ୍ଚମ ଭାଷା

ଆଷାଢ଼ଶୁକ୍ଳ

କରୁଣା ସିନ୍ଧୁ କମଳାରମଣ

 

ବର୍ବୁରକୂଳ କମଳ ତୁହୀନ

 

କରିକ୍ଲେଶ ନାଶି କାଳୀୟ ଧ୍ୱଂସୀ

 

କରନ୍ତୁ କଲ୍ୟାଣ ସେ ଗୋପବାସୀ

 

ତୁମ୍ଭର ବିଶେଷ

 

କରିବ ନାହିଁଟି ମନୁ ନିରାଶ

 

 

କୋମଳ ବଚନମାନ ତୁମ୍ଭର

 

କରୁଅଛି ସଦା ଚି୍ତେ ବିହାର

 

କରି ନାହିଁ ମୁହିଁ ମନକୁ ତୋଷ

 

କେବଳ ସହ ବାସରେ ବିଶେଷ

 

ବହୁତ ତୁମ୍ଭର

 

ହେ ସୁବୋଧ ସଦାଶିବ ନିକର

 

 

କୃପା ସିନ୍ଧ ପ୍ରାପ୍ତ ଭାଷାରୁ ମୁହିଁ

 

ବାରତାପାଇଣ ତୁମ୍ଭରି ସ୍ନେହି

 

କରିଲି ବିଚାର କେମନ୍ତେ ଯାଇ

 

କରନ୍ତି ଦର୍ଶନ ଚକ୍ଷୁ ପୁରାଇ

 

କରଧରି ଥରେ

 

କଥୋପକଥନ ହୁଅନ୍ତି ବାରେ

 

 

କରୁ କରୁ ଗତି କରମ ହୀନ

 

ଜନ ଯେହ୍ନେ ପାଏ ଅମୂଲ୍ୟ ଧନ

 

କୁତ୍ସିତ ପଥରେ ଭେସନ ମୁହିଁ

 

ପାଇଛି ତୁମ୍ଭଙ୍କୁ କି ଦାନ ଦେଇ

 

ପୂର୍ବ କଲେ ଜାଣ

 

ସବୁ ଅଟଇ ନିଧିରେ ଭିଆଣ

 

 

କରି ଯେସନେ ପଞ୍ଜୁରୀରେ ଥାଇ

 

କରଇ ଭାବନା ନିମଗ୍ନ ହୋଇ

 

ସେହିପରି କାର୍ଯ୍ୟ ପିଞ୍ଜରେ ରହି

 

କରୁଅଛି ଚିନ୍ତା ତୁମ୍ଭଙ୍କୁ ମୁହିଁ

 

କେବେ ହେବି ପାର

 

ଦର୍ଶନ ଦିନେ କରିବ ସଙ୍ଗର

 

 

କୁଞ୍ଜବନ ଦୁର୍ଗ ଜନ ମାନଙ୍କ

 

ବାଞ୍ଛା ଯେ ପୁଣ୍ଣି କରନ୍ତି ଶଶାଙ୍କ

 

ଧରଙ୍କର ବାମା ପିଠ ଉପରେ

 

ବସିବା କଥା ପଡ଼ଇ ମନରେ

 

ବଚାରେ ସେ କାଳେ

 

ଆଉ କି ଘଟିବ ସେପରି ବେଳେ

 

 

କହିବ ଜନାର୍ଦ୍ଦନ ଗିରିଧର

 

ଦୁହିଙ୍କି ବହୁତ ସଂଖୋଳା ମୋର

 

ରଖିଥିବ ସବୁ କାଳେ ଏ ସ୍ନେହ

 

ରହିଲା ପରି ମୁଁ ତୁମ୍ଭରି ରୁହ

 

ନିକଟରେ ଜାଣ

 

କହେ ନୀଳାମ୍ବର ଅଟେ ପ୍ରମାଣ

 

 

ଶ୍ରୀ ସିଂହନାଥ ଦେବଙ୍କ ଜଣାଣ

ରାଗ-ରାମକେରୀ

କେଉଁ ଦୀନଜନ କହଇ ସିଂହନାଥଙ୍କୁ ଚାହିଁ

କରୁଣା କର ମୋଠାରେ ହେ ବନ୍ତ୍ରଦୁର୍ଗଗୋସାଇଁ

।।

ଖଟୁଚରଣେ ତୁମ୍ଭର ଖଣ୍ଡ ଏ ଦୁଃଖ ମୋର

କ୍ଷଣେ କୃପା କଲେ ଖେଦରୁ ଖସି ହେବି ମୁଁ ପାର

।।

ଗିରିଜାରମଣ ଗ୍ରାସୁଛି ଦେଖ ଏ କଷ୍ଟ ଗ୍ରହ

ଗଜକୁ ଯେସନେ ଗ୍ରାସଇ ସିଂହ କରି ଆଗ୍ରହ

।।

ଘସ୍ରରେ ଯେସନେ ଘୋଟଇ ଘନ ସୁର୍ଯ୍ୟଙ୍କୁ ଘୋର

ଘଡ଼ିଘଡ଼ି କରେ ଘୋଟୁଛି ଏହି ଅଘ ନିକର

।।

ଅନୁକମ୍ପାକର ଆତୁର ଜନଠାରେ ଅପାର

ଅନୁସରି ପାଶେ ବସିଛି ଅନ୍ତର୍ଯ୍ୟାମି ତୁମ୍ଭର

।।

ଚଞ୍ଚଳ ମୋଠାରେ କରୁଣା କର ଚନ୍ଦ୍ରଶେଖର

ଚାହିଁ ନିଷ୍ଠୁର ହୋଇଲେ ହେଁ ସରିଯିବ ଏ ନର

।।

ଛଦ୍ମ କରି ଯେବେ ମଉନବ୍ରତ ଅବଲମ୍ବନ

ଛଡ଼ମୁଖତାତ କଲେଟି ଛି ଛି ପଦ ଭାଜନ

।।

ଜଗତରେ ଆଉ ମୋ ପରି ନାହିଁ ନିରକ୍ଷପ୍ରାଣୀ

ଜାଣିଥାଅ ଏହା ନିଶ୍ଚୟ ଅଟେ ହେ ଶୂଳପାଣି

।।

ଝରଝର ବୋହେ ଲୋତକ ନୟନରୁ ମୋହର

ଝାଡ଼ି ଦେଉଛି ହେ ଶଙ୍କର ଦେଖ ପାପ ଝଙ୍କାର

।।

ନିନ୍ଦି ପ୍ରିୟ ମୋ ବିଷୟରେ ନୁହ ଆଉ ନିଷ୍ଠୁର

ନିନ୍ଦା ପାଇବଟି ନିଶ୍ଚୟ ନ ରଖିଲେ ପାମର

।।

ଟାଳି ଦେଉଛି ଏ ବିପଦ ଟିକ କରେ ହେ ହର

ଟାଣେ ବହି ଯେହ୍ନେ ତରୁକୁ ଉପାଡ଼ଇ ସମୀର

।।

ଠକପଣ କିପାଁ ମୋଠାରେ କରୁଅଛ ଆପଣ

ଠଉରାଇଛି ମୁଁ ତୁମ୍ଭଙ୍କୁ କ୍ଷିତି ମଧ୍ୟରେ ଜାଣ

।।

ଡ଼ମ୍ବରୁଧରକୁ ଭରସା କରିଅଛି ଏ ଜଡ଼

ଡ଼ାକି ବରଦେଲେ କିରତି ଉଡ଼ିବଟି ହେ ମୁଡ଼

।।

ଢ଼ଳହୁଳ ତେଜ ତୁମ୍ଭର ଢ଼ଳା ରୈାପ୍ୟ ଆକାର

ଢ଼ୋକିଛି ସମୁଦ୍ର ଗରଳ ଢ଼ୋକ କରେ ହେ ହର

।।

ଅଣହେଲା କିପାଁ ମୋଠାରେ କରୁଅଛ ଆପଣ

ଅଣିମାଦି ସିନ୍ଧି ଦେବାକୁ ଅଛି ତୁମ୍ଭର ଟାଣ

।।

ତରତର ହୋଇ ତୁମ୍ଭରି ପାଶେ ଆସିଛି ଧାଇଁ

ତରଳିବେ ଦେଖି ତୁରିତେ ମୋତେ ପାର୍ବତୀସାଇଁ

।।

ଥକ୍କା ତୁମ୍ଭେ କିପାଁ ହେଉଛ ସ୍ଥାଣୁ ଶୁଣି ମୋ କଥା

ଥାକଇ ପନ୍ଥାରେ ଭୁଜଗ ମନ୍ତ୍ର ପାଇଲେ ଯଥା

।।

ଦୁଷ୍ଟ ଦଶଶିର ଦର୍ପକୁ ଦଳିଅଛ ଆପଣ

ଦୁରନ୍ତ ଦୁଃଖକୁ ଦେଖିଣ କିପାଁ ହୁଅ ଦାରୁଣ

।।

ଧବଳଚରଣପଦ୍ମକୁ ଧୋଇ ଦେଲେତୁମ୍ଭର

ଧରିଣ ମୁ ହସ୍ତେ ପିଇବି ଧୃତି ହେବ ମୋ ହର

।।

ନଦେଖିଣ ଦିନ ନାଥଙ୍କୁ ଯେହ୍ନେ ନବନଳିନ

ନ ପାଇ ଲେ ତୁମ୍ଭ ବଚନ ନୋହେ ମନ ପ୍ରସନ୍ନ

।।

ପରମମହିମା ତୁମ୍ଭର ପ୍ରଭୁ କେ ତାରେ କହି

ପୃଥିବୀ କି ବୁଲି ବୁଲିଣ ପୁତ୍ର ନାହାନ୍ତି ପାଇ

।।

ଫଶିଧର କ୍ଲେଶ ପାଶରୁ ଫିଟି ଯିବାକୁ ମୁହିଁ

ଫନ୍ଦା କରିଅଛି ତୁମ୍ଭକୁ ଫେଡ଼ ଅମ୍ବିକାସାଇଁ

।।

ବିଜୟ କରିଛ ବ୍ରହ୍ମାଣ୍ଡେ ବହୁ ଲିଙ୍ଗ ରୂପ ରେ

ବର୍ଣ୍ଣିବାକୁ ନାମ ସାମର୍ଥ୍ୟ ଅଛି କାହାର ବାରେ

।।

ଭୁତନାଥ ଭବସାଗରେ ଭାସି ଯାଉଛି ମୁହିଁ

ଭବାନୀଶ ମୋହ ଭରସା ଭାଙ୍ଗୁ ଅଛ କିପାଇଁ

।।

ମଙ୍ଗଳାର୍ଥ ଅଟେନାମଟି ମହାଦେବ ତୁମ୍ଭର

ମନ୍ଦ କପାଳକୁ ମୋହର ବାମ ହେଉଛ ହର

।।

ଯେଉଁ ଜନ ଭଜେ ଯୋ ଗୀନ୍ଦ୍ର ଜାଣେ ତୁମ୍ଭରି ନାମ

ଯମାଳୟ ସେହୁ ନ ଯାଏ ଯାଏ ତୁମ୍ଭରି ଧାମ

।।

ରାଶି ରାଶି ରୋଗି ଜନଙ୍କ ଲେଖତିନରିମାନ

ରାତ୍ରି ନାଥ ପରି ନାଗୁଛ ରାଜରାଜ ପୂଜନ

।।

ଲମ୍ବୋଦରତାର ଦୁଃଖୀକୁ ଲକ୍ଷ୍ମୀ ଦେଲେ ତୁରିତ

ଲାଭ ହୋଇବଟି କିରତି ଲୋକନାଥ ବହୁତ

।।

ବ୍ୟାଳହାର ବ୍ୟାଳ ବଳୟ ବାହୁବକ୍ଷେ ଧବଳ

ବିଶେଷରେ ଶୋଭାପାଉଛି ବିଶ୍ୱନାଥ ତୁମ୍ଭର

।।

ଶରଣ ରକ୍ଷଣ ଅଟଇ ଶୟବୀନା ତୁମ୍ଭର

ଶଙ୍କା କରି କିପାଁ ମୋପାଇ ନ ଫିଟାଅ ଈଶ୍ୱର

।।

ଷଡ଼ର୍ଦ୍ଧ ଲୋଚନ ଗରଳ ଷଟୁଦର ଆକାର

ଷଡ଼ୈଶ୍ୱର୍ଯ୍ୟଶାଳୀ ଦିଶଇ ଶ୍ୱେତ କଣ୍ଠ ତୁମ୍ଭର

।।

ସାଗର ତନୟ ସପନ ସଦାଶିବଏ ଏନ

ସରୋ ଜକୁ ଯେହ୍ନେ ନାଶଇ ଶୀତକାଳେ ତୁହୀନ

।।

ହତାଶ ହେଲାଣି ଏଜନ ବାଞ୍ଛା ଚକୋର ଜାଣ

ଦହୁ ସତୀ ନାଥ ସବର ଦିଶ ଆଶା ଭବନ

।।

କ୍ଷିତିପତିବଶ ବିନାଗି ପ୍ରିୟ ମହୋକ୍ଷେଶ୍ୱର

ଖେଦେ ନୀଳାମ୍ବର ବୋଲଇ ବାଞ୍ଛା ସଂପୂର୍ଣ୍ଣ କର

।।

 

ଲଙ୍କା ଚିଟାଉ

ଶୁଣ ସୁଜନେ ତପୋବନ୍ତ

 

ପାର୍ବତି ଆଗେ ବିଶ୍ୱନାଥ

 

କହନ୍ତି ଗ୍ରନ୍ଥ ରାମାୟଣ

 

ଶ୍ରୀ ରଘୁନାଥଙ୍କ ପୁରାଣ

 

 

ଶୁଣ ପାର୍ବତି ଦେଇ ମନ

 

ଲଙ୍କାକୁ ବିଜୟେ ଶ୍ରୀରାମ

 

ଶ୍ରୀରାମ ସିନ୍ଧୁ ପାରିହୋଇ

 

ଅଛନ୍ତି ସୁବଳୟା ରହି

 

 

ପ୍ରଭାତୁ ଉଠି ବିଭୀଷଣ

 

ଛାମୁରେ କଲାକ ଦର୍ଶନ

 

ତାପଛେ ରାଜା ସୁଗ୍ରୀବର

 

ଅଙ୍ଗଦ ବାଳିର କୁମର

 

 

ଗନ୍ଧମାର୍ଦନ ପନୁଶୀଳ

 

ସଉରି ତୁଲେ ନଳନୀଳ

 

ସୁଶେଣ ତୁଲେ ହନୁମନ୍ତ

 

ଯମ୍ବବ ଆଦି ଏ ସମସ୍ତ

 

 

ଏମନ୍ତେ କହିବଇଁ କେତେ

 

ପଞ୍ଚାଶ ଯୁଥ ପତି ଯେତେ

 

ସମସ୍ତେ କଲେଟି ଦର୍ଶନ୍ନ

 

ଦନ୍ତଧାପନେ ବିଜେ ରାମ

 

 

ଏମନ୍ତ ବେଳେ ଲଙ୍କାପୁର

 

ବାଦ୍ୟ ଶୁଭିଳା ଦୁରଦୁର

 

ଲଙ୍କାକୁ ସୁବଳୟା ଦେଶ

 

ମଧ୍ୟରେ ଚଡ଼ା ଦଶନ୍ତ୍ରୋଶ

 

 

ତେତେ ଦୂରକୁ ସେ ଶୁଭିଲା

 

ସୁବଳଗିରି ଦୁଲୁକିଲା

 

ଆଶ୍ଚର୍ଯ୍ୟ ହୋଇ ରଘୁନାଥ

 

ଚାହିଁଲେ ବିଭୀଷଣ ମୁଖ

 

 

ଶୁଣ ହୋ ରାଜା ବିଭୀଷଣ

 

ଲଙ୍କାରେ ଶୁଭେ କି ଘୋଷଣ

 

କିଅବା ଜାନକୀକି ମୋର

 

ଯାଚି କି ଦେବ ଲଙ୍କେଶ୍ୱର

 

 

ଏମନ୍ତ ମୁହିଁ ବିଚାରଇ

 

ଏ ବାଦ୍ୟ ଶୁଭେ କାହିପାଇଁ

 

ଏ ବାକ୍ୟ ଶୁଣି ବିଭୀଷଣ

 

ନମିଲା ଶ୍ରୀ ରାମଚରଣ

 

 

ଖଣ୍ଡେଦୂରକୁ ଘୁଞ୍ଚିଗଲା

 

କରପତ୍ର ଯୋଡ଼ି ରହିଲା

 

ଭୋଦେବ ବ୍ରହ୍ମାଣ୍ଡ ଠାକୁର

 

ରାବଣ ବୋଲି ନାମଯାର

୧୦

 

 

ଯାହାର ପୁଷ୍ପକ ବିମାନ

 

ଇନ୍ଦ୍ରଜିତ ଯାର ନନ୍ଦନ

 

କୁମ୍ଭକର୍ଣ୍ଣ ଯାର ସୋଦର

 

ରୁଧିର କରଇ ଆହାର

୧୧

 

 

ଆଠଶନ୍ତ୍ରୋଶ ଲଙ୍କାପୁର

 

ସବୁ ସୁବର୍ଣ୍ଣମୟ ଘର

 

ମେଘନାଦ ନାମେ ପାଚେରି

 

ଚାଳିଶି ନ୍ତ୍ରୋଶ ଉଚ୍ଚସରି

୧୨

 

 

 

 

ଦୁଇନ୍ତ୍ରୋଶ ଅଟେ ପ୍ରସାର

 

ଶୁଧ ସୁବର୍ଣ୍ଣ ହୀରାଚାଳ

 

ଆଠଶ କୋଶ ଅଛି ବେଢ଼ି

 

ମଧ୍ୟରେ ଏ ଲଙ୍କାନବରି

୧୩

 

 

ପଞ୍ଚାଶ କୋଟୀ ବାଜେ ଭେରି

 

ଅଶିକୋଟୀ ବାଜେ ମହୁରି

 

ଚଉକୋଟୀ ବାଜଇ ଶଙ୍ଖ

 

ସତୁରି ବୃନ୍ଦ ଯେ ଟମକ

୧୪

 

 

ତିନିକୋଟୀ ପଞ୍ଚାଶ ଲକ୍ଷ

 

ଯାହାର ଗୃହେ ନାରିହଂସ

 

ତହିଁରେ ପାଟମନ୍ଦୋଦରୀ

 

ମହିଦୈତ୍ୟର ସେ କୁମାରୀ

୧୫

 

 

ଅଠରଗଣ୍ଡା ଯେ କୁମର

 

ତେରଶ ନାଳି ଯେ ତାହାର

 

ଯାହାର ଦ୍ୱାରେ ନିତିପତି

 

ବ୍ରହ୍ମା ଚାରିବେଦ ପଢ଼ନ୍ତି

୧୬

 

 

 

 

ଇନ୍ଦ୍ର ଯେ ଦ୍ୱାରପାଳ ହୋଇ

 

କୁବେର ଭଣ୍ଡାର ଖଟଇ

 

ବରୁଣ ଛତ୍ର ଧରିଥାଇ

 

ପବନ ଆଲଟ ପକାଇି

୧୭

 

 

ଚନ୍ଦ୍ର ଯେ ରାନ୍ଧି ଦ୍ୟନ୍ତି ଅନ୍ନ

 

ଆଦିଯେ ଭାଙ୍ଗି ଦ୍ୟନ୍ତି ପାନ

 

ଅଗ୍ନି ଯେ ବସନ କାଚଇ

 

ଯମ ବୈଦ୍ୟପଣ କରଇ

୧୮

 

 

ସରସ୍ୱତୀ ପାଞ୍ଜି କହନ୍ତି

 

ଈଶ୍ୱର ସଭାରେ ନାଚନ୍ତି

 

ପାତାଳୁ ବାସୁକୀ ଯେ ଆସି

 

ରାତ୍ରେ ଲଙ୍କାରେ ଦଣ୍ଡୁ ଆସି

୧୯

 

 

ଏମନ୍ତ ମହିମା ଯାହାର

 

ତୋତେ କି ଡ଼ରେ ଲଙ୍କେଶ୍ୱର

 

ଏମନ୍ତ ବିଭୀଷଣ ବାଣୀ

 

ଶୁଣି ତା ଶୋକେ ରଘୁମଣି

୨୦

 

 

 

 

ଲକ୍ଷ୍ମଣ ମୁଖକୁ ଚାହିଁଲେ

 

କପୋଳେ ହସ୍ତ ପକାଇଲେ

 

ଶ୍ରୀରାମ ବୋଇଲେରେ ଭାଇ

 

ଆଉ ଜାନକୀକି ନ ପାଇ

୨୧

 

 

ଏ କାହୁଁ ଜାଣିମେ ସମର

 

ଯୁଝିବେ ଦୈତ୍ୟଙ୍କ ସଙ୍ଗର

 

ବନସ୍ତେ ଫଳମୂଳଖାନ୍ତି

 

କାଣଖଣ୍ଡାଏ ନ ଜାଣନ୍ତି

୨୨

 

 

ମୁଁ ଯେବେ ଏହା ଜାଣିଥାନ୍ତି

 

ସମୁଦ୍ର ଲଘିଂନ ଆସନ୍ତି

 

ଏବେ ମୁଁ ଲେଉଟିଣ ଯିବି

 

ଲୋକ ପୁଚ୍ଛିଲେ କିକହିବି

୨୩

 

 

ବୋଲିବେ ଶ୍ରୀରାମ ନ ଗଲେ

 

ଅଧା ବାଟରୁ ବାହୁଡ଼ିଲେ

 

ଏମନ୍ତ ବୋଲିବେ ଯେ ମୋତେ

 

ଉପ ହାସିବେ ରାଜାପୁତ୍ରେ

୨୪

 

 

 

 

ଯେ ବଣ ଅଟେ କୀର୍ତ୍ତି କାର

 

ସେ ବଂଶେ ମୁ କୁଳଅଙ୍ଗାର

 

ମୋ ବଶେ ରାଜା ମାନଧାତା

 

ଦୀପ୍ତି ଯାହାର ଧାଇ ମାତା

୨୫

 

 

ଦୀଲିପି ପୁନ୍ତ୍ର ଭାଗୀରଥି

 

ଆକାଶ ଭାଗ କଲେ ସ୍ଥିତି

 

ପିତୃ ଲୋକକୁ ଉଦ୍ଧରିଲେ

 

ଜଗତେ କଥା ରଖାଇଲେ

୨୬

 

 

ଏଥି ରାଜା ହରି ଚନ୍ଦନ

 

ସପତ ଦୀପ ଏ ପ୍ରଦାନ

 

ଆତ୍ମା ଭରିଯାକୁ ବିକିଲେ

 

ବ୍ରାହ୍ମଣ ଚରଣେ ପୂଜିଲେ

୨୭

 

 

ମୋହର ପିତା ଦଶରଥ

 

ଶନିଶ୍ଚରଙ୍କ ସଙ୍ଗେ ମିତ୍ର

 

ପ୍ରଥମେ ହେଲ ରାଜ୍ୟଭ୍ରଷ୍ଟ

 

ଦ୍ୱିତୀୟେ ମଲେ ଦଶରଥ

୨୮

 

 

ତୃତୀୟେ ଅନ୍ନ ନ ମିଳିଲା

 

ଚତୁର୍ଥେ ନାରୀ ଚୋର ନେଲା

 

ପଞ୍ଚମେ ବୃକ୍ଷ ତଳେ ଘର

 

ସହିଲି ବରଷା କାକର

୨୯

 

 

ପିନ୍ଧିଲି ବୃକ୍ଷରୁ ବକ୍କଳ

 

ବନେ ଭୁଞ୍ଜିଲି ଫଳମୂଳ

 

ପଲଙ୍କ ଶଯ୍ୟା ପାସୋରିଲି

 

ପତ୍ରଶଯ୍ୟାରେ ଦିନନେଲି

୩୦

 

 

କର୍ପୁର କସ୍ତୁରି ତେଜିଲି

 

ଅଙ୍ଗେ ରଙ୍ଗମାଟି ବହିଲି

 

କୁସୁମ ଗଭା ଶିରେ ନାହିଁ

 

ଜଟାକୁ ଗଭା କଲି ମୁହିଁ

୩୧

 

 

ଏକଷ୍ଟ ମୋତେ ନ ବାଧନ୍ତା

 

ଯେବେ ମୋ ସତୀ କୋଳେ ଥାନ୍ତା

 

ଦିନେଟି ରଜନିର କାଳେ

 

ଶୋଇ ଗୋ ଥିଲୁ ମୋର କୋଳେ

୩୨

 

 

 

 

ନିଦ୍ରାରେ ଜାଣି ନ ପାରିଲି

 

ପିଠିଦେଇ ତୋତେ ଶୋଇଲି

 

ତହିଁକି ତିନିଦିନ ସୀତା

 

ମୋତେ ଗୋ ନ କହିଲୁ କଥା

୩୩

 

 

ଏବେ ଗୋ ପୁରିଲା ବରଷ

 

ସଖି ବଞ୍ଚିଛୁ କାହା ପାଶ

 

ଆହା ମୋ ଜନକ ଦୁହିତା

 

ଦେଇଣ ଗଲୁ ଶୋକ ଚିନ୍ତା

୩୪

 

 

ଆହା ମୋ ଜନକ କୁମାରି

 

ପ୍ରଥମେ ଥିଲୁ ମୋତେ ବରି

 

ମଉ ଶଯ୍ୟାରେ ଗୋ ସଙ୍ଗାତ

 

କରାଇ ଥିଲୁ ଯେ ଶପଥ

୩୫

 

 

ମୋବିନୁ ଅନ୍ୟ ନାରୀ ସଙ୍ଗ

 

ଶ୍ରୀରାମ କେବେ ନ କରିବ

 

ତୋବାକ୍ୟ ମୁହିଁ ପ୍ରତେ କରି

 

କୁଳଦୀପକୁ ଗୋ ଛୁଇଁଲି

୩୬

 

 

 

 

ମୋବାକ୍ୟ ଯେବେ ପର ମାଣ

 

ବେଗେ ତୁ ଛୁଅଁ ହୁତାଶନ

 

ଆଗୋ କୈକେୟି ଏହାକରୁ

 

ସେବକ କରି ନ ରଖିଲୁ

୩୭

 

 

ମୁଁ କେଉଁ ଦୋଷ କଲିତୋରେ

 

ମୋତେ ପେସିଲୁ ବନ ଘୋରେ

 

ଦାସ ମୁ କଲି ନଦୀତୀରେ

 

ଏ ଦଶାଥିଲା ମୋ କପାଳେ

୩୮

 

 

ଆରେ ଳକ୍ଷ୍ମଣ ବାବୁ ମୋର

 

ଚଳ ତୁ ଅଯୋଧ୍ୟା ନବର

 

କହିବୁ ଭ୍ରାତ ସନ୍ନିଧରେ

 

ଶ୍ରୀରାମ ଗଲେ ଦେଶାନ୍ତରେ

୩୯

 

 

ରାବଣ ସୀତା ହୁରି ନେଲା

 

ରାମ କପାଳେ ଏହା ଥିଲା

 

ୟା ଯେବେ ଭରତ ଶୁଣିବ

 

ତକ୍ଷଣେ ଜୀବନ ଛାଡ଼ିବ

୪୦

 

 

 

 

ଶୁଣିବେ ମାର ଦୁଃଖ କର୍ମ

 

ମାତାଏ ଛାଡ଼ିବେ ଜୀବନ

 

ପ୍ରଳାଏ ଅନାଥ ହୋଇବେ

 

ଅଯୋଧ୍ୟା ଛାଡ଼ି ପଳାଇବେ

୪୧

 

 

ବୁଡ଼ିଲା ସୁର୍ଯ୍ୟବଂଶ ମୋର

 

ପାଷାଣେ କଚାଡ଼ିଲେ ଶିର

 

ସୁଗ୍ରି ଅଙ୍ଗଦ ଯେତେ ଥିଲେ

 

ଆହା ରାମବୋଲି ପଡ଼ିଲେ

୪୨

 

 

ଲକ୍ଷଣ ନିର୍ଘାତେ ପଡ଼ିଲା

 

ହନୁମନ୍ତ ରଡ଼ି ଛାଡ଼ିଲା

 

ସମୁଦ୍ର ପ୍ରାୟେକ ଗର୍ଜନ

 

ଶୁଭଇ ସବୁରି ରୋଦନ

୪୩

 

 

ଏ ବାକ୍ୟ ଶୁଣି ହନୁମନ୍ତ

 

ଉଠି ଯୋଡ଼ିଲା ବେନିହସ୍ତ

 

ଖଣ୍ଡେଦୂରକୁ ଘୁଞ୍ଚିଗଲା

 

କରପତ୍ର ଯୋଡ଼ି ରହିଲା

୪୪

 

 

 

 

ଭୋଦେବ ବ୍ରହ୍ମାଣ୍ଡଠାକୁର

 

କାହାଚାରକୁ ତୋର ଡ଼ର

 

ଆଠଶ କୋଶ ଲଙ୍କାପୁର

 

ବାନ୍ଧିଆଣିବ ଲାଙ୍ଗୁଡ଼ର

୪୫

 

 

କହିଲେ ତୋର ଆଗେ ଦେବି

 

ନୋହିଲେ ସମୁଦ୍ରେ ମେଳିବି

 

ନୋହିଲେ ଛାଡ଼ିବି ନିଃଶ୍ୱାସ

 

ଲଙ୍କା ଉଡ଼ିବ ଶତକୋଷ

୪୬

 

 

ଏ ବାକ୍ୟ ହନୁ ମୁଖୁ ଶୁଣି

 

ଶୋକ ଛାଡ଼ିଲେ ରଘୁମଣି

 

ହନୁ ମସ୍ତକେ ହସ୍ତ ଦେଲେ

 

ସାଧୁ ସାଧୁ ପୁତ ବୋଇଲେ

୪୭

 

 

ସାଧୁ ଯେ ସାଧୁ ହନୁମନ୍ତ

 

ସାଧୁ ଯେ ପବନର ସୁତ

 

ବିପତ୍ତିକାଳେ ଯେଉଁ ଜନ

 

ଧରି ନ ପାରେ ଧୈର୍ଯ୍ୟ ପଣ

୪୮

 

 

 

 

ଧଇର୍ଯ୍ୟ କରି ଯେ କହଇ

 

ତାର ସମାନେ ବନ୍ଧୁ ନାହିର୍

 

ବନ୍ଧୁ ମୋ ପବନ କୁମାର

 

ସାଖା ମୋ ଭଲ୍ଲୁକ ବାନର

୪୯

 

 

ଲଙ୍କାକୁ ବରଗିବା ଚାର

 

ବୁଝିବା ଦେବା ନ ଦେବାର

 

ମୁହିଁ ତ ନୁହେ ତା ବଇରୀ

 

କିପାଁ ଆଣିଲା ମୋର ନାରି

୫୦

 

 

ମୋହ ଘରଣୀ ମୋତେ ଦେଉ

 

ନିଶ୍ଚିନ୍ତେ ଲଙ୍କା ପୁରେ ଥାଉ

 

ନ ଦେଲେ ଛେଦିବ ତା ଶିର

 

ଲଙ୍କା ଉଡ଼ିବ ତନିପୁର

୫୧

 

 

ମୋତେ ମୋ ଲଇକ୍ଷଣ ରାଣ

 

ଛୁଉଁଛି ଧନୁ ଶରାସନ

 

ଏତେକ କହି ରଘୁନାଥ

 

ପ୍ରତିଜ୍ଞା କରନ୍ତି ବହୁତ

୫୨

 

 

 

 

କହଇ ବିପ୍ର ଲକ୍ଷ୍ମୀଧର

 

ହେ ରାମ ମୋତେ କୃପା କର

 

ମୋ ଛାର ମନୁଷ୍ୟ ମାତର

 

କି ଅବା କରିବି ଗୋଚର

୫୩

 

 

ଶ୍ରୀ ରାମ ଚରଣକୁ ଆଶ

 

ଶରଣ ଲକ୍ଷ୍ମୀଧର ଦାସ

୫୪

 

କାନ୍ଦ

ଆହାରେ ଜୀବଜୀବନ

 

କେତେ ଦୁଃଖ ଦେବୁ ତୁ ଗଣ୍ଠିଧନରେ

 

ଭାଳି ସରୁନାହିଁ ଦିନ ମୋ ଧନରେ

 

 

ନଦୀ ପୋଖରି ଅଥିର ଦୋହଲୁ ନାହାନ୍ତି ବୃକ୍ଷପତର ରେ

 

ଶରୀର ହେଲା ପଥର ମୋ ଧନରେ

 

 

କିଛି ଜଣାଗଲା ନାହିଁ

 

ସୁନାବାକସ କେ ନେଲା ଚୋରାଇ ରେ

 

ଧଇର୍ଯ୍ୟ ଧରିବ କେହି ମୋ ଧନରେ

 

 

ଦିବସ ଅନ୍ଧାର ହେଲା

 

ଦାରୁଣ ଦଇବ କି ପାଞ୍ଚିଥିଲା ରେ

 

ଯାହାଜ ଫଟାଇ ଦେଲା ମୋ ଧନରେ

 

 

ହେଲା କେଉଁ ଅବଗୁଣ

 

କେମନ୍ତ ପ୍ରକା ରେ ଗଲା ତୋ ପ୍ରାଣ ରେ

 

କେହୁ ଇଲା କି ଶଲବାଣ ମୋ ଧନ ରେ

 

 

ଇଷ୍ଟଦେବୀ ଘରେ ଥିଲେ

 

ତୋହଠାରେ କିପାଁ ଦୟା ନ କଲେ ରେ

 

ଥାନ ଛାଡ଼ି ପଳାଇଲେ ମୋ ଧନରେ

 

 

ଅଶିବର ଷର ବୁଢ଼ୀ

 

କେଉ ପରିଗଲୁ ଏହାକୁ ଛାଡ଼ିଲେ

 

ଆକାଶ ପଡ଼ୁଛି ମାଡ଼ି ମୋ ଧନରେ

 

 

ମାତା ତୋର ବଡ଼ ରାଗୀ

 

ପ୍ରାଣ ହରାଇବ ତୋହରି ଳାଗି ରେ

 

ଅଧର୍ମରେ ହେଲୁ ଭାଗି ମୋ ଧନରେ

 

 

ପିତା ଗୁଣବନ୍ତ ତୋର

 

ଜାଣି ନ ପାରିଲା ମୃତ୍ୟୁ ତୋହର ରେ

 

ପାଖରୁ ହେଲା ଅନ୍ତର ମୋ ଧନରେ

 

 

କନିଷ୍ଠ ଭାଇ ଭଉଣୀ

 

ତୋତେ ନ ଦେଖି ସେ ଆକୁଳ ପୁଣି ରେ

 

ହୃଦୟ ହେଉଛି ହାଣି ମୋ ଧନରେ

୧୦

 

 

 

 

ଗୋଡ଼ର ଶାଙ୍କୋଳି ତୋର କିଛି ଜାଣିନାହିଁ ବିଧି ବେଭାର ରେ

 

କେ ଦିନ ସାରିବ ତାର ମୋ ଧନରେ

୧୧

 

 

ଦଶବରଷ ବୟସ

 

କେମନ୍ତେ କରିବ ଯୋଡ଼ା ଉପାସ ରେ

 

ବିଚ୍ଛେଦ ହେଲା ବିଶେଷ ମୋ ଧନରେ

୧୨

 

 

ତଳଘରେ ଥିଲି ମୁହିଁ

 

ମନ ହେଲା ଛିନ୍ନ ରହିଲା ନାହିଁରେ

 

ଦାଣ୍ଡକୁ ମୁଁ ଗଲି ଚାହିଁ ମୋ ଧନରେ

୧୩

 

 

ବିଶ୍ୱନାଥ ନାମ ତୋର

 

ବିଷ ବଳିତା କେ ଦେଲା ହାତର ରେ

 

ସୋଦର ହେଲେ ଅନ୍ତର ମୋ ଧନରେ

୧୪

 

 

ଦେଖିଲି ତୋରୂପ ଗୋଟି

 

କେଶ ପଡ଼ିଅଛି ଭୁମିରେ ଲୋଟି ରେ

 

ହୃଦୟ ତ ଗଲା ଫାଟି ମୋ ଧନରେ

୧୫

 

 

 

 

 

 

ଚନ୍ଦ୍ରମା ବଦନ ତୋର

 

କୁଞ୍ଚିତକୁଟୀଳ ତୋ କେଶଭାର ରେ

 

ଭ୍ରୁଲତା କେଡ଼େ ସୁନ୍ଦର ମୋ ଧନରେ

୧୬

 

 

ଶିରୀଷ କୁସୁମ ଭନୁ

 

ରୂପକୁ ଚନ୍ଦ୍ରମା ନୋହିବସରି ରେ

 

ପାସୋର ଯବ କି ମନୁ ମୋ ଧନ ରେ

୧୭

 

 

ପଡ଼ିଥିଲା ଛିଦ୍ରଦଶା

 

ଜାତକ ଦେଖିତ ବୁଝିଲ ନାହିଁ ରେ

 

କରିଗଲୁ ଲୋକହସା ମୋ ଧନ ରେ

୧୮

 

 

ମୂଳ ଘେନିଗଲୁ ଭାଡ଼ି

 

ପୃଥିବୀ ତ ଗଲା ଚାଞ୍ଚେଡ଼ା ପଡ଼ିରେ

 

ବଜାଇଲୁ ବ୍ରହ୍ମ ବାଡ଼ି ମୋ ଧନରେ

୧୯

 

 

ପଡ଼ିଥାନ୍ତୁ ଦିନାକେତେ

 

ଡ଼ାକନ୍ତେ ବଇଦ ଦେଖାନ୍ତେ ତୋତେ ରେ

 

ମନ ବୁଝିଥାନ୍ତା କେତେ ମୋ ଧନରେ

୨୦

 

 

 

 

ନୟନ ପିତୁଳି ତୁହି

 

ତୋହୁପରି ଧନ ନ ଦିଶେ କେହି ରେ

 

ଗଲୁ ଅନ୍ଧକରି ଦେଇ ମୋ ଧନରେ

୨୧

 

 

ଅଷ୍ଟଗର୍ଭ ଜାତକଲା

 

ଦୋଭାଗି କରି ଧାତା ବାଣ୍ଟିଥିଲା ରେ

 

ପୁଣି ତୋତେ ଲାଭ ନେଲା ମୋ ଧନ ରେ

୨୨